ନୂଆଦିଲ୍ଲୀ: ଭାରତ ବନାମ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କରିଛି। ଶ୍ରେୟସ ଆୟର ଏବଂ ଶୁଭମନ ଗିଲ ଦଳକୁ ଫେରିଛନ୍ତି । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜସପ୍ରିତ ବୁମରାଙ୍କୁ ଦଳରେ ସାମିଲ କରାଯାଇ ନାହିଁ। ତେବେ ଏହି ଦୁଇ ପ୍ଲେୟାରଙ୍କୁ ଦିନିକିଆ ଟିମରେ ସାମିଲ କରାଯିବନି ବୋଲି ସ୍ପଷ୍ଟ ଥିଲା ।

ଟି-୨୦ ବିଶ୍ବକପ୍ ହେବାକୁ ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜସପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି ବୋଲି କୁହାଯାଉଛି । କିନ୍ତୁ ସେମାନେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଖେଳିବେ । ସେପଟେ ଶ୍ରେୟସ ଆୟର ଦଳକୁ ଫେରିଥିଲେ ସୁଦ୍ଧା, ତାଙ୍କର ଫିଟନେସ୍ ଉପରେ ସବୁକିଛି ନିର୍ଭର କରିବ । ତାଙ୍କୁ ଏପର୍ଯ୍ୟନ୍ତ ବିସିସିଆଇର ସେଣ୍ଟର ଅଫ୍ ଏକ୍ସିଲେନ୍ସରୁ ଫିଟନେସ୍ କ୍ଲିଅରାନ୍ସ ମିଳିନାହିଁ।

ନ୍ୟୁଜିଲାଣ୍ଡ ବିପକ୍ଷ ଓଡିଆଇ ସିରିଜ ଲାଗି ଭାରତୀୟ ଟିମ୍:

ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ (ଓ୍ବିକେଟ କିପର), ଶ୍ରେୟସ ଆୟର (ଭିସି)*, ଓ୍ବାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ, ରିଷଭ ପନ୍ତ (ଓ୍ବିକେଟ କିପର), ନୀତୀଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂହ, ଯଶସ୍ବୀ ଜୟସ୍ବାଲ