ଭୁବନେଶ୍ବର ୨୬।୧୨: ବିଚ୍ ରାସ୍ତାରେ ଯୁବତୀଙ୍କୁ ଅଟକାଇଲେ, ମୋବାଇ ନମ୍ବର ମାଗିଲେ ଯୁବକ । ନମ୍ବର ନଦେବାରୁ ଯୁବତୀଙ୍କୁ ଆକ୍ରମଣ କଲେ । ଆକ୍ରମଣରେ ଯୁବତୀଙ୍କ ନାକ ଓ ଆଖି ଫାଟିଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲିଙ୍ଗରାଜ ଥାନାରେ ପହଞ୍ଚି ଅଭିଯୋଗ କଲେ ଯୁବତୀ । ଅଭିଯୋଗ ପାଇବା ପରେ ସିସିଟିଭି ଯାଞ୍ଚ କରି ଯୁବକଙ୍କୁ ଧରିବାକୁ ତନାଘନା ଚଳାଇଛି ପୋଲିସ ।

​​​​​​​

ଅଶାନ୍ତ ହୋଇଛି ରାଜଧାନୀ ଭୁବନେଶ୍ଵର । ପୁଣି ଯୁବତୀଙ୍କୁ ଅସଦାଚରଣ ସହ ଆକ୍ରମଣର ଶିକାର ହେବାକୁ ପଡ଼ିଛି । ଭୁବନେଶ୍ବର ସ୍ଥିତ ଏକ ସୋ’ରୁମ୍‌ରେ କାମ ସାରି ଘରକୁ ଫେରୁଥିବା ବେଳେ ରବି ଟକିଜ୍ ଛକ ନିକଟରେ ଘଟିଛି ଏଭଳି ଘଟଣା । ଘରକୁ ଫେରିବା ବାଟରେ ଯୁବତୀଙ୍କୁ ଜଣେ ଯୁବତ୍କ ଅଟକାଇଥିଲେ । ପରେ ପରେ ଯୁବକ ଜଣଙ୍କ ତାଙ୍କ ମୋବାଇଲ ନମ୍ବର ମାଗିଥିଲେ । ଅଚିହ୍ନା ଯୁବକ ଜଣଙ୍କ ହଠାତ୍ ତାଙ୍କ ମୋବାଇଲ ନମ୍ବର ମାଗୁଥିବା ଦେଖି ଯୁବତୀ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହସହ ଯୁବକଙ୍କୁ ନମ୍ବର ଦେବାକୁ ମଧ୍ୟ ମନା କରିଦେଇଥିଲେ । ଏହା ଶୁଣି ଯୁବକ ଜଣକ ତାଙ୍କ ପିଛା କରିଥିଲେ । କିଛି ବାଟ ଗଲା ପରେ ଯୁବକ ଜଣଙ୍କ ତାଙ୍କ ଡ୍ରେସ୍ ଟଣାଓଟରା କରିଥିଲେ । ଯୁବତୀ ଜଣକ ଏଥିରେ ପ୍ରତିବାଦ କରିବାରୁ ଦୁର୍ବୃତ୍ତ ଜଣକ ନିଜ ମୋବାଇଲ ସାହାଯ୍ୟରେ ଯୁବତୀଙ୍କୁ ଆକ୍ରମଣ କରିଥିଲେ । ଯୁବତୀଙ୍କ ନାକ ଏବଂ ଆଖିକୁ ଆକ୍ରମଣ କରି ଯୁବକ ଜଣଙ୍କ ଫେରାର ହୋଇଯାଇଥିଲେ । ଯୁବକଙ୍କ ଆକ୍ରମଣ ଫଳରେ ଯୁବତୀଙ୍କ ନାକ ଫାଟିବା ସହ ଆଖିରେ ମଧ୍ୟ ଜୋରରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀ ଜଣଙ୍କ ସ୍ଥାନୀୟ ଲିଙ୍ଗରାଜ ଥାନାକୁ ଯାଇଥିଲେ । ଘଟଣା ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

​​​​​​​

ଅଭିଯୋଗ ପାଇବା ପରେ ପୋଲିସ ସଂପୃକ୍ତ ଯୁବତୀଙ୍କୁ ମେଡିକାଲରେ ଚିକିତ୍ସା କରାଇଥିଲେ । ପରେ ଘଟଣାସ୍ଥଳକୁ ଯାଇ ପୋଲିସ ଛାନଭିନ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ଧରିବା ପାଇଁ ଘଟଣାସ୍ଥଳରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ ଯାଞ୍ଚ କରିଥିଲା ପୋଲିସ । ଏହାସହ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ । ତେବେ କିଏ ସେହି ଯୁବକ ? କ'ଣ ଥିଲା ତାଙ୍କ ଉଦ୍ଦେଶ୍ୟ ? କେଉଁ ଉଦ୍ଦେଶ୍ୟରେ ଯୁବତୀଙ୍କୁ ମାଗୁଥିଲେ ମୋବାଇଲ୍ ନମ୍ବର ? ଏସବୁ ପ୍ରଶ୍ନର ଉତ୍ତର ପୋଲିସ ତଦନ୍ତ ପରେ ହିଁ ମିଳିପାରିବ ।