ନୂଆଦିଲ୍ଲୀ: India us trade deal, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ୍ କଲେ ନାହିଁ ବୋଲି ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଡିଲ୍ ହୋଇପାରିଲା ନାହିଁ। ଫଳରେ ଆମେ ଦଣ୍ଡାତ୍ମକ ଭାବେ ତାଙ୍କ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଲୁ। ଏକ ପଡକାଷ୍ଟରେ ଏଭଳି କହିଥିଲେ ଆମେରିକା ବାଣିଜ୍ୟ ମନ୍ତ୍ରୀ ହାୱାର୍ଡ ଲୁଟନିକ। ଶୁକ୍ରବାର ଏହାର ଜବାବ ଦେଇଛି ଭାରତ। ଲୁନଟିକ ଯାହା କହିଛନ୍ତି ତାହା ସଠିକ ନୁହେଁ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରମାଳୟ ପ୍ରବକ୍ତା ରଣଧୀର ଜୈୟସ୍ୱାଲ।

ଶୁକ୍ରବାର ମିଡିଆକୁ ସମ୍ବୋଧିତ କରି ଜୟସ୍ୱାଲ କହିଛନ୍ତି “ଆମେ ଆମେରିକା ମନ୍ତ୍ରୀଙ୍କ ଟିପ୍ପଣୀ ଦେଖିଲୁ। ଭାରତ ଏବଂ ଆମେରିକା ଗତ ବର୍ଷ ଫେବୃଆରୀ ୧୩ ତାରିଖରୁ ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ଆଲୋଚନା ପାଇଁ ପ୍ରତିବଦ୍ଧ ଥିଲେ। ସେବେଠାରୁ, ଉଭୟ ପକ୍ଷ ଏକ ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ବାଣିଜ୍ୟ ଚୁକ୍ତିନାମାରେ ପହଞ୍ଚିବା ପାଇଁ ଅନେକ ପର୍ଯ୍ୟାୟ ଆଲୋଚନା କରିଛନ୍ତି। ଅନେକ ଥର, ଆମେ ଏକ ଚୁକ୍ତିର ନିକଟତର ହୋଇଛୁ। ତେବେ ଆଲୋଚନାରେ ଯେଉଁଭଳି ଭାବେ ଚିତ୍ରଣ କରାଯାଇଛି ତାହା ସଠିକ୍ ନୁହେଁ।”

ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ରଣଧୀର ଜୟସୱାଲ କହିଛନ୍ତି ଯେ ଭାରତ ଦୁଇ ପରିପୂରକ ଅର୍ଥନୀତି ମଧ୍ୟରେ ଏକ ପାରସ୍ପରିକ ଲାଭଦାୟକ ବାଣିଜ୍ୟ ଚୁକ୍ତିନାମା ଜାରି ରଖିବାକୁ ପ୍ରତିବଦ୍ଧ ଅଛି। ଏବଂ ଆଲୋଚନାକୁ ଏକ ନିଷ୍କର୍ଷରେ ପହଞ୍ଚାଇବାକୁ ଆଗ୍ରହୀ ବି ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୫ରେ ୮ ଥର ପରସ୍ପର ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଏବଂ ଦୁଇ ନେତା ବ୍ୟାପକ ସହଭାଗିତାର ବିଭିନ୍ନ ଦିଗରେ ଉପରେ ଆଲୋଚନା ମଧ୍ୟ କରିଛନ୍ତି ବୋଲି ଜୟସ୍ୱାଲ କହିଛନ୍ତି।

ଟ୍ରମ୍ପଙ୍କ ଅହଂ ପାଇଁ ଅଟକିଛି ଟ୍ରେଡ୍ ଡିଲ୍

ଉଦ୍ୟୋଗୀ ଚମାଥ ପାଲିହାପିଟିଆଙ୍କ ଅଲ୍-ଇନ୍ ପଡକାଷ୍ଟରେ ଆମେରିକାର ବାଣିଜ୍ୟ ମନ୍ତ୍ରୀ ହାୱାର୍ଡ ଲୁଟନିକ୍ ଯାହା କହିଥିଲେ, ଏଥିରେ ଡୋନାଲ୍ଡ ଟ୍ରମ୍ପଙ୍କର ସଂକୀର୍ଣ୍ଣ ମାନସିକତା ପଦାରେ ପଡ଼ିଥିଲା। ଲୁଟନିକ କହିଥିଲେ ସବୁକିଛି ଠିକ୍ ଥିଲା। ହେଲେ ମୋଦୀଙ୍କୁ ଟ୍ରମ୍ପଙ୍କୁ ବ୍ୟକ୍ତିଗତ ଭାବେ ଫୋନ କରି ଟ୍ରେଡ୍ ଡିଲ୍ ପାଇଁ କହିଲେ ନାହିଁ କି ତାଙ୍କ କଥା ମାନିଲେ ନାହିଁ। ଏଥିପାଇଁ ତାଙ୍କ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଗଲା। ତେଣୁ ଏହା ବାଣିଡ୍ୟ ଡିଲ୍ କମ ଓ ଅହଂକାର ଡିଲ୍ ଅଧିକ ଥିଲା ତାହା ଲୁଟନିକଙ୍କ କଥାରୁ ସ୍ପଷ୍ଟ ହୋଇଛି।

ପଡକାଷ୍ଟରେ ଲୁଟନିକ କହିଥିଲେ ଯେ ପୂରା ଟ୍ରେଡ୍ ଡିଲ୍ ସେଟ୍ ହୋଇ ସାରିଥିଲା। କିନ୍ତୁ ଏହା ଏକ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବାକୁ ହେଲେ ମୋଦୀଙ୍କୁ ଟ୍ରମ୍ପଙ୍କୁ କଲ୍ କରିବାର ଥିଲା। ଆଲୋଚନାକୁ ଚୂଡ଼ାନ୍ତ କରିବା ପାଇଁ ଭାରତକୁ ୩ଟି ଶଉକ୍ରବାରର ଏକ ସ୍ପଷ୍ଟ ସମୟସୀମା ଦିଆଯାଇଥିଲା।” କିନ୍ତୁ ଭାରତ ସରକାର ଏହି କଥାରେ ଏକମତ ନଥିଲେ। ତେଣୁ ମୋଦୀ ଟ୍ରମ୍ପଙ୍କୁ କଲ୍ କଲେ ନାହିଁ। ଯାହାର ପରିଣାମ ଏମିତି ହେଲା ଯେ ଟାରିଫରେ ଭାରତ ଭିଏତନାମ ଓ ଇଣ୍ଡୋନେସିଆ ଠାରୁ ବି ପଛରେ ପଡ଼ିଗଲେ। ଦିନେ ଏହି ଦୁଇ ରାଷ୍ଟ୍ର ଟ୍ରମ୍ପଙ୍କ ସହ ଆଲୋଚନା କରିବାକୁ ପଛାଉଥିଲେ। ହେଲେ ଆଜି ତାଙ୍କ ଉପରେ ଭାରତ ଅପେକ୍ଷା କମ ଟାରିଫ ଲାଗିଛି ବୋଲି ଲୁଟନିକ କହିଛନ୍ତି।

ଲୁଟନିକ କହିଥିଲେ “ ସବୁ ଡିଲ୍ ପ୍ରସ୍ତୁତ ହୋଇସାରିଥିଲା। କିନ୍ତୁ ମୁଁ ଏହା ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ ଏହା ତାଙ୍କ(ଟ୍ରମ୍ପଙ୍କର) ଡିଲ୍ ଥିଲା। ସେ ଡିଲ୍ କରନ୍ତି ଡିଲ୍ ଫାଇନାଲ୍ କରିନ୍ତି। ମୋଦୀଙ୍କୁ କେବଳ ରାଷ୍ଟ୍ରପତିଙ୍କୁ କଲ୍ କରିବାର ଥିଲା। ହେଲେ ସେମାନେ ଏପରି କରିବାକୁ ସୁବିଧା ମଣିଲେ ନାହିଁ। ମୋଦୀ ଟ୍ରମ୍ପଙ୍କୁ କଲ କଲେ ନାହିଁ। ଆମେ ଇଣ୍ଡୋନେସିଆ, ଫିଲିପାଇନ୍ସ ଏବଂ ଭିଏତନାମ ସହିତ ବାଣିଜ୍ୟ ଚୁକ୍ତି କରିଥିଲୁ। ହେଲେ ତା’ ପୂର୍ବରୁ ଆମେ ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି କରିବୁ ବୋଲି ଭାବିଥିଲୁ।”

ମାସ ମାସ ଧରି ଆଲୋଚନା ଚାଲିଥିବା ସତ୍ତ୍ୱେ ବି ଆମେରିକା-ଭାରତ ବାଣିଜ୍ୟ ଚୁକ୍ତି ସେତେଟା ଆଗେଇ ପାରି ନାହିଁ। ତେବେ ଏହାକୁ ନେଇ ମଝିରେ ମଝିରେ ଅନେକ ଚର୍ଚ୍ଚା ଶୁଣିବାକୁ ମିଳୁଥିଲା। ଭାରତ ଏହାର କୃଷି ଓ କ୍ଷୀର ଉତ୍ପାଦନ କ୍ଷେତ୍ରରେ ଆମେରିକାର ପ୍ରବେଶକୁ ରୋକିବାରୁ ବାଣିଜ୍ୟ ଆଲୋଚନା ଅଟକିଛି ବୋଲି କୁହାଯାଉଥିଲା। କିନ୍ତୁ, ଏବେ ଏହି ଡିଲ୍ ଅଟକିବା ପଛରେ ଟ୍ରମ୍ପଙ୍କ ଅହଂକାର ରହିଛି ବୋଲି ସ୍ପଷ୍ଟ ହୋଇଛି। ମୋଦୀ ତାଙ୍କୁ କଲ୍ ନ କରିବାରୁ ଟ୍ରମ୍ପ ଡିଲ୍ ଅଟକାଇବା ସହିତ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି ବୋଲି ଖୋଦ୍ ତାଙ୍କ ବାଣିଜ୍ୟମନ୍ତ୍ରୀ ଲୁଟନିକ କହିଛନ୍ତି।

ଡିଲ୍ ନେଇ ଏବେ ଆଲୋଚନା ଚାଲିଛି କି?

ଏନେଇ ଲୁଟନିକ୍ କହିଛନ୍ତି ଯେ ଯେଉଁ ସର୍ତ୍ତରେ ଦୁଇ ଦେଶ ବାଣିଜ୍ୟ ଡିଲ୍ କରିବାକୁ ରାଜି ହୋଇଥିଲେ ତାହା ଏବେ ଆଉ ବଳବତ୍ତର ନାହିଁ। ଆମେ ଏଥିରୁ ହଟିଯାଇଛୁ। ଲୁଟନିକ କହିଥିଲେ "ଆମେ ପୂର୍ବରୁ ରାଜି ହୋଇଥିବା ସେହି ବାଣିଜ୍ୟ ଚୁକ୍ତିରୁ ଆମେରିକା ଓହରି ଯାଇଛି। ଆମେ ଏହା ବିଷୟରେ ଆଉ ଚିନ୍ତା କରୁନାହୁଁ।"

ତେବେ ୟୁକେ କିନ୍ତୁ ଭାରତ ପରି କଲା ନାହିଁ। ୟୁକେ ସହ ଡିଲ୍ ଧାର୍ଯ୍ୟ କରିବାର ସୀମା ପାଖେଇ ଆସିବା ପରେ ଏହାର ପ୍ରଧାନମନ୍ତ୍ରୀ କିଏର ଷ୍ଟାରମର ଟ୍ରମ୍ପଙ୍କୁ ଫୋନ୍ କରି କଥା ହୋଇଥିଲେ। ସେହି ଦିନ ହିଁ ୟୁକେ ସହ ଡିଲ୍ ହୋଇଥିଲା। ପରଦିନ ସାମ୍ବାଦିକ ସମ୍ମିଳନୀରେ ଔପଚାରିକ ଘୋଷଣା କରାଯାଇଥିଲା।

ବ୍ୟବସାୟୀକ ଉଦାହଣ ଦେଇ ଲୁଟନିକ କହିଥିଲେ ଯେ ଭାରତ ବର୍ତ୍ତମାନ ତରାଜୁର ଏମିତି ଏକ ପାର୍ଶ୍ୱରେ ଅଛି ଯେଉଁଠି ଉଦ୍ଦେସ୍ୟ ଅପେକ୍ଷା ସମୟ ଅଧିକ ମୂଲ୍ୟବାନ। ତେବେ ଏହି ସମସ୍ୟା ଭାରତର ଅନ୍ତଃ ରାଜନୈତିକ ଓ ସଂସଦୀୟ ପ୍ରକ୍ରିୟା ଦ୍ୱାରା ହେଉଛି। ତେବେ ଏତେସବୁ ସମସ୍ୟା ଭିତରେ ଭାରତ ପାଇଁ ଦ୍ୱାର ଏବେ ବି ଖୋଲା ରହିଛି ବୋଲି ଲୁଟନିକ ସଂକେତ ଦେଇଛନ୍ତି।

କେଉଁଦିନ ଟ୍ରମ୍ପଙ୍କ କଲ୍‌କୁ ଅଗ୍ରାହ୍ୟ କଲେ ମୋଦୀ ? 
ପଡକାଷ୍ଟରେ ଆଲୋଚନା ବେଳେ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ କେଉଁ ସମୟରେ କଥାବର୍ତ୍ତା ହୋଇ ନଥିଲା ତାର ପ୍ରକୃତ ସମୟ କହି ନଥିଲେ ଲୁଟନିକ। ହେଲେ ଜର୍ମାନ ଖବର କାଗଜ ଏନ୍‌ୱାଇଟି ଏନେଇ ରିପୋର୍ଟ ପ୍ରକାଶ କରିଥିଲା। ୨୦୨୫ ଜୁଲାଇ ମାସରେ ଟ୍ରମ୍ପ ମୋଦୀଙ୍କୁ ୪ ଥର କଲ୍ କରିଥିଲେ। ହେଲେ ମୋଦୀ ଟ୍ରମ୍ପଙ୍କ ସହ କଥା ହେବାକୁ ଅନିଚ୍ଛା ପ୍ରକାଶ କରିଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବା ପରେ ଭାରତ ଉପରେ ମୋଟ ୫୦% ଟାରିଫ ହୋଇଯାଇଥିଲା। ଋଷ ଠାରୁ ଭାରତ ତେଲ କିଣୁଥିବା ଅଭିଯୋଗ କରି ଟ୍ରମ୍ପ ଭାରତ ବିରୁଦ୍ଧରେ ଶୁଲ୍କ ଲଗାଇଥିଲେ। ହେଲେ ଏହା ପଛରେ ଥିଲା ଟ୍ରମ୍ପଙ୍କ ବ୍ୟକ୍ତିଗତ ଅଂହ। ହେଲେ ଆମେରିକାର ଏଭଳି ପଦକ୍ଷେପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷ୍ଟ କରିଥିଲା। ଏଥିପାଇଁ ସେ ଟ୍ରମ୍ପଙ୍କ କଲ୍‌କୁ ଅଗ୍ରାହ୍ୟ କରିଥାଇ ପାରନ୍ତି ବୋଲି କୁହାଯାଇଥିଲା।  
ଟ୍ରମ୍ପଙ୍କ ରାଗ କେବଳ ଏହି ଗୋଟିଏ କଥା ନୁହେଁ, ଅପରେସନ ସିନ୍ଦୂରରେ ଟ୍ରମ୍ପଙ୍କ ଭୂମିକାକୁ ଭାରତର ଅଗ୍ରାହ୍ୟ ଓ ନୋବେଲ ଶାନ୍ତି ପୁରସ୍କାର ପାଇଁ ଭାରତ ଲବି ନ କରିବା ମଧ୍ୟ ଟ୍ରମ୍ପଙ୍କୁ ରୁଷ୍ଟ କରିଥିଲା। ଏହାପରେ ଟ୍ରମ୍ପ ଭାରତକୁ ଚିଡ଼ାଇବା ପାଇଁ ପାକିସ୍ତାନ ସହିତ ଘନିଷ୍ଠତା ବଢାଇଥିଲେ। ଯାହା ଭାରତକୁ ଆହୁରି ଉସ୍‌କାଇଥିଲା। 
ତେବେ ସେପ୍ଟେମ୍ବର ୧୭ ତାରିଖରେ ମୋଦୀଙ୍କ ଜନ୍ମଦିନରେ ଶୁଭେଚ୍ଛା ବାର୍ତ୍ତା ଜଣାଇବା ପାଇଁ ଟ୍ରମ୍ପ ମୋଦୀଙ୍କୁ କଲ୍ କରିବା ପରେ ଦୁଇ ନେତାଙ୍କ ମଧ୍ୟରେ ତିକ୍ତତା ସାମାନ୍ୟ କମିଛି।  ସେବେଠାରୁ ଦୁଇ ନେତା ପରସ୍ପର ସହିତ ଦୁଇଥର କଥା ହୋଇଛନ୍ତି। ଥରେ ଦୀପାବଳିରେ ଆଉ ଥରେ ଟ୍ରେଡ୍ ଡିଲ୍ ଫାଇନାଲ କରିବା ପାଇଁ। ତେବେ ଏସବୁ ବାଦ ବିବାଦ ଭିତରେ ଆମେରିକା ଓ ଭାରତ ମଧ୍ୟରେ ଟ୍ରେଡ୍ ଡିଲ୍ ହୋଇପାରିବ କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି।  

​​​​​​

​​​​​​​​​​​​​​

​​​​​​​​​​​​​​
​​​​​​​​​​​