ନୂଆଦିଲ୍ଲୀ ୧୮।୦୧;  ​​​​​​ବି-ଟାଉନ୍‌ରେ ପ୍ରତିଦିନ ନୂଆ ନୂଆ ଗସିପ୍‌ ସାମ୍ନାକୁ ଆସୁଛି । କେତେବେଳେ ଆଫେୟାର୍ସ ତ ଆଉ କେତେବେଳେ ବ୍ରେକଅପ୍ ପୁଣି ଆଉ କେତେବେଳେ ବିବାହର ଗୁଜବ । ଏଇ କିଛି ଦିନ ହେବ ବି-ଟାଉନ୍‌ ଡିଭା ମୃଣାଲ ଠାକୁର ଏବଂ ଧନୁଷଙ୍କ ମ୍ୟାରେଜ୍‌  ଖବର ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଏହି ଗୁଜବ ମଧ୍ୟରେ, ମୃଣାଲ ଠାକୁର ଏବେ ତାଙ୍କର ପ୍ରଥମ ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କରିଛନ୍ତି। କିନ୍ତୁ ସୋସିଆଲ ମିଡିଆ ୟୁଜର୍ସମାନେ ଏହି ପୋଷ୍ଟକୁ ଦେଖି ଧନୁଷଙ୍କ ସହ ଲିଙ୍କ୍ ଥିବା ନେଇ ରିଆକ୍ସନ ଦେଉଛନ୍ତି । 

ମୃଣାଲ ଠାକୁର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ । ତାଙ୍କ ବିବାହ ଖବର ଆସିବା ପର ଠାରୁ ସେ ସୋସିଆଲ୍‌ ମିଡିଆରେ କୌଣସି ପୋଷ୍ଟ କରିନଥିଲେ। ନିକଟରେ ସେ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଅଭିନେତ୍ରୀ ଏକ ବିଚ୍‌ରେ ଟାଇମ୍ ସ୍ପେଣ୍ଡ କରୁଥିବା ଦେଖାଦେଇଛି । ଭିଡିଓର କ୍ୟାପସନ୍‌ରେ ​​​​​​​ମୃଣାଲ ଲେଖିଛନ୍ତି ଯେ, "ଗ୍ରାଉଣ୍ଡେଡ୍, ଗ୍ଲୋଇଂ ଏବଂ ଅନସେକେନ୍।

 

ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି।  ତେବେ କିଛି ସୋସିଆଲ ମିଡିଆ ୟୁଜର୍ସ ଧନୁଷଙ୍କ ସହିତ ଲିଙ୍କ୍‌ ଥିବା ନେଇ କହିଛନ୍ତି । ଏହି ଭିଡିଓରେ ମୃଣାଲ୍ ଯେଉଁ ଗୀତଟି ବ୍ୟବହାର କରିଥିଲେ, ତାହା ଏକ ତାମିଲ ଗୀତ। ଲୋକମାନେ କହୁଛନ୍ତି କି ଧନୁଷ ମଧ୍ୟ ତାମିଲ ହୋଇଥିବାରୁ ଅଭିନେତ୍ରୀ ଏହି ଗୀତଟିକୁ ବାଛିଛନ୍ତି।

ବିବାହ ଖବର

ଏହା ଉଲ୍ଲେଖନୀୟ ଯେ ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ମୃଣାଲ ଠାକୁର ଏବଂ ଧନୁଷ ଏହି ବର୍ଷ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ଖବର ଶୁଣିବାକୁ ମିଳୁଛି । ମୃଣାଲ ଏବଂ ଧନୁଷଙ୍କ ବିବାହ ଫେବୃଆରୀ ୧୪ ତାରିଖରେ ହେବ। ବିବାହ ପ୍ରାଇଭେଟ୍ ସେରିମନି ହେବ, ଯେଉଁଥିରେ କେବଳ ପରିବାର ସଦସ୍ୟ ଏବଂ କିଛି ନିକଟ ସମ୍ପର୍କୀୟ ଯୋଗଦେବେ।