ନୂଆଦିଲ୍ଲୀ ୨୦।୦୯; ଟଲିଉଡ ଅଭିନେତା ଜୁନିଅର ଏନ୍‌ଟିଆର  । ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ, ଜୁନିଅର ଏନଟିଆର ଏକ ବିଜ୍ଞାପନ ସୁଟିଂ ସମୟରେ ଆହତ ହୋଇଛନ୍ତି। ଅଭିନେତାଙ୍କ ଦଳ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି।  ଯେଉଁଥିରେ କୁହାଯାଇଛି ଯେ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।

ହାଇଦ୍ରାବାଦର ଏକ ବିଜ୍ଞାପନର ସୁଟିଂ ସମୟରେ ଏହି ଘଟଣା ଘଟିଥିଲା । ସୁଟିଂ ସମୟରେ ଏକ ପ୍ଲାଟଫର୍ମରୁ ସେ ଖସିପଡିଥିଲେ । ଯାହାଫଳରେ ତାଙ୍କୁ ଗଭୀର ଆଘାତ  ଲାଗିଥିଲା । ଡାକ୍ତରମାନେ ତାଙ୍କୁ  ଚିକିତ୍ସା କରିଥିଲେ । ବର୍ତ୍ତମାନ ସେ ଭଲ ଅଛନ୍ତି ଏବଂ ଧୀରେଧୀରେ ସୁସ୍ଥ ହେଉଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ  ହେବାକୁ ତାଙ୍କୁ କିଛି ସପ୍ତାହ ସମୟ  ଲାଗିବ । ତେଣୁ ଏହି ସମୟରେ ସେ ସମ୍ପୂର୍ଣ୍ଣ ଭାବେ ବିଶ୍ରାମ ନେବାକୁ ଡାକ୍ତରମାନେ ପରାମର୍ଶ  ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ବର୍ତ୍ତମାନ ବିଶ୍ରାମ ନେଉଥିବା ଜୁନିଅର ଏନ୍‌ଟିଆରଙ୍କ ଟିମ୍‌ ପକ୍ଷରୁ  କୁହାଯାଇଛି ।

ଅଭିନେତାଙ୍କ ଦଳ କହିଛନ୍ତି ଯେ ପ୍ରଶଂସକମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ସେମାନେ ପ୍ରଶଂସକ, ଗଣମାଧ୍ୟମ ଏବଂ ସାଧାରଣ ଲୋକଙ୍କୁ କୌଣସି ପ୍ରକାରର ଖବର ପ୍ରସାର ନକରିବାକୁ ଅନୁରୋଧ କରିଛନ୍ତି। ୪୨ ବର୍ଷୀୟ ଏନ୍‌ଟିଆରଙ୍କୁ ନିକଟରେ ହ୍ରିତିକ ରୋଶନଙ୍କ ସହ ୱାର-୨ରେ ଦେଖିବାକୁ ମିଳିଥିଲା । କିନ୍ତୁ  ଫିଲ୍ମ ଦର୍ଶକଙ୍କ ଲୋକପ୍ରିୟତା ହାସଲ କରିବାରେ ସେଭଳି  ସଫଳ ହୋଇନଥିଲା । ପ୍ରଶାନ୍ତ ନିଲଙ୍କ ନିର୍ଦ୍ଦେଶିତ ଆଗାମୀ  ଫିଲ୍ମ ଡ୍ରାଗନରେ ତାଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମର  ସୁଟିଂ ଏବେ ଚାଲିଛି । ଆସନ୍ତାବର୍ଷ ଜୁନ୍‌ରେ ମୁକ୍ତିଲାଭ କରିବ ।