ଭୁବନେଶ୍ବର ୨୪।୧୧: ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣାରେ ସିବିଆଇରେ ପୁଣି ହାଜର ହେଲେ ୩ ପରୀକ୍ଷାର୍ଥୀ । ହାଜର ପାଇଁ ସମନ କରିଥିଲା ସିବିଆଇ । ଏବେ ସୁଦ୍ଧା ୨୦ ଜଣଙ୍କୁ ସମନ ହୋଇଥିବା ବେଳେ ରବିବାର ସୁଦ୍ଧା ୧୨ ଜଣଙ୍କୁ ସିବିଆ ଜେରା କରିସାରିଛି ।

ଗତ ଶନିବାର ୭ ପରୀକ୍ଷାର୍ଥୀଙ୍କୁ ଜେରା କରିଥିଲା ସିବିଆଇ । ପ୍ରାୟ ୬ରୁ ୭ଘଣ୍ଟା ଧରି ସିବିଆଇ କାର୍ଯ୍ୟାଳୟରେ ମାରାଥନ ଜେରାର ସମ୍ମୁଖୀନ ହୋଇଥିଲେ । ସିବିଆଇର ଜେରା ପରେ କୌଣସି ପ୍ରତିକ୍ରିୟା ଦେଇନଥିଲେ ସେମାନେ । ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ ସେମାନଙ୍କୁ ପଚରାଉଚରା କରିଥିଲେ ସିବିଆଇ ଅଧିକାରୀ ।

ଶନିବାର ସକାଳୁ ଦୁଇ ଜଣଙ୍କୁ ଜେରା କରାଯିବା ପରେ ଛଡ଼ା ଯାଇଥିଲା । ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ୪ ଜଣ ପରୀକ୍ଷାର୍ଥୀ ପହଞ୍ଚିଥିଲେ । ଏହାପରେ ଆଉ ଜଣେ ପରୀକ୍ଷାର୍ଥୀ ପୁଣି ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ପରୀକ୍ଷାର୍ଥୀ ମାନେ ଗିରଫ ହୋଇଥିବା ବେଳେ ଜାମିନରେ ଆସିଥିଲେ । ଏହି ଘଟଣାରେ ସିବିଆଇ ତଦନ୍ତ ବେଳେ ଅଧିକ ତଥ୍ୟ ହାସଲ ପାଇଁ ସେମାନଙ୍କୁ ଡକାଯାଇଥିଲା ।